Spread the love

ଭୁବନେଶ୍ୱର : ରବିବାରରେ ରାଜ୍ୟରେ ନୂଆ କରି ୬୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତ ଭଲ ହୋଇ ଚିକିତ୍ସାଳୟରୁ ଘରକୁ ଫେରିଛନ୍ତି । ତେବେ ଭଲ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଗଞ୍ଜାମର ୩୦ଜଣ ଥିବା ବେଳେ ଯାଜପୁରର ୧୮ଜଣ ରହିଛନ୍ତି । ସେହିଭଳି ଖୋର୍ଦ୍ଧାର ୩ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ କେନ୍ଦୁଝରର ୨ଜଣ ମଧ୍ୟ ଚିକିତ୍ସାପରେ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ କରାଯାଇଛି । ଆଜି ସକାଳୁ ୬୭ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ ପରେ ସେମାନଙ୍କୁ ଚିକିତ୍ସା ଲାଗି କୋଭିଡ଼-୧୯ ସ୍ୱତନ୍ତ୍ର ହାସପାତାଳରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here