1205778418
Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାରୁ ସୋମବାର ପୁଣି ୬ ଓ କୋରାପୁଟରେ ଜଣେ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି । ବାଲେଶ୍ୱରର ୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳା ରହିଥିବା ବେଳେ ୫ମ ବ୍ୟକ୍ତି ଜଣକ ଯୁବକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ୬ଷ୍ଠ ବ୍ୟକ୍ତି ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଛି । ୫ ଆକ୍ରାନ୍ତ କଲିକତା ଫେରନ୍ତା ଶ୍ରମିକ ଓ ସେମାନଙ୍କ ସଂପର୍କରେ ଆସିଥିଲେ ବୋଲି ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଜଣେ ୨୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୋମବାର କରୋନା ଆକ୍ରାନ୍ତ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି ।
ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି କଲିକତାରୁ ଲୁଚିକରି ଆସିଥିବା ୪ଶହ ଶ୍ରମିକଙ୍କ ମଧ୍ୟରୁ ଅନେକ ଏବେ କରୋନା ଆକ୍ରାନ୍ତ । ବିଭିନ୍ନ ଉପାୟରେ ଓଡ଼ିଶା ପଳାଇ ଆସୁଥିବା ପ୍ରବାସୀ ଶ୍ରମିକ ଏବେ କରୋନା ସଂକ୍ରମିତ ହେବା ପ୍ରତିଦିନ ପରୀକ୍ଷାରୁ ଜଣାପଡୁଛି । ଭୟ, ଲୋକଲଜ୍ଜା ଏବଂ ଅଜ୍ଞତା ଏମାନଙ୍କ ଲାଗି କାଳ ହୋଇଛି । ଫଳରେ କୋଭିଡ଼-୧୯ କୁ ରୋକିବା ଲାଗି ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ଫଳପ୍ରଦ ହେବା ନେଇ ସନେ୍ଦହ ସୃଷ୍ଟି ହୋଇଛି ।
ସୋମବାର ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ୨୨ ବର୍ଷୀୟା, ୨୩ ବର୍ଷୀୟା, ୨୯ବର୍ଷୀୟା ମହିଳାଙ୍କ ସହ ଜଣେ ୨୭ ବର୍ଷୀୟ ଯୁବକ ରହିଛନ୍ତି । ରାଜ୍ୟ ସରକାର ଇତିମଧ୍ୟରେ ସୋମବାର ଦିନ ୧୨ଟାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଅନେକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରି ସେଠାରେ ସମସ୍ତ ପ୍ରକାର କଟକଣା ଜାରି କରିଛନ୍ତି । କଟକଣାକୁ ଆସନ୍ତା ୨୯ ତାରିଖ ଯାଏ ବଳବତ୍ତର ରଖାଯିବ । ଏହି ସମୟ ମଧ୍ୟରେ ସେଠାରେ ସଂଖ୍ୟାଧିକ ଲୋକଙ୍କ କରୋନା ଭୂତାଣୁ ପରୀକ୍ଷା କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here