Spread the love

ଭୁବନେଶ୍ୱର
ରାଜଧାନୀରେ କଟକଣା ଏବଂ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଖୋଲମଖୋଲା ମଦ ବିକ୍ରି ଚାଲିଛି । କିନ୍ତୁ ଏହା ପୋଲିସ ଏବଂ ପ୍ରଶାସନ ଦୃଷ୍ଟିକ ୁକେମିତି ଆସୁନାହିଁ ତାହା ପ୍ରଶ୍ନ ଉଠୁଛି । ରାଜ୍ୟ ସରକାର କେବଳ ଅନଲାଇନ ମଦ ବିକ୍ରିକୁ ଅନୁମତି ଦେଇଥିବାବେଳେ ଦୋକାନୀମାନେ କାଉଣ୍ଟର ଖୋଲି ବେଆଇନ ଭାବେ ମଦ ବିକ୍ରି କରୁଛନ୍ତି । ତେବେ ମଦ କିଣିବାକୁ ଦୋକାନ ଆଗରେ ଭିଡ ଜମାଇଥିବା ଲୋକମାନେ ଲକଡାଉନ କଟକଣାକୁ ମାନୁନଥିବା ଦେଖାଯାଇଛି । ରାଜଧାନୀର ବାପୁଜୀନଗର, ବୁଦ୍ଧନଗର ସ୍ଥିତ କାଉଣ୍ଟର ଆଗରେ ମଦ କିଣିବା ଲାଗ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି । ତେବେ ସେମାନେ ଲକଡାଉନ କଟକଣା ଏବଂ ସାମାଜିକ ଦୂରତ୍ୱ ଭଳି କରୋନା ସଚେତନତା ନିୟମ ମାନୁନଥିବା ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here