Spread the love

କଟକ : କଟକ ସିଟି ହାସପାତାଳର ଜଣେ ଡାକ୍ତର ଏବେ କଟକ ଜିଲ୍ଲା ପ୍ରଶାସନ ଲାଗି ମହା ଆତଙ୍କ ପାଲଟିଛନ୍ତି । ସଂପୃକ୍ତ ଡାକ୍ତର ଜଣଙ୍କର ଗତ କାଲି କରୋନା ପରୀକ୍ଷା କରାଯିବା ପରେ ସେ ସଂକ୍ରମିତ ଥିବା ଜଣାପଡ଼ିଛି । ତେବେ ସଂପୃକ୍ତ ଡାକ୍ତର ନିଜର ସ୍ୱାବ ପରୀକ୍ଷା ପାଇଁ ଦେବା ପରେ କଟକର ବିଭିନ୍ନ ଘରୋଇ ନସିଂ ହୋମରେ ଡ୍ୟୁଟି କରି ଅନେକ ରୋଗୀ ଦେଖିଥିବା ଜଣାପଡ଼ିଛି । ଏହି ଘଟଣା ଜଣା ପଡ଼ିବା ପରେ ସମଗ୍ର ସହରରେ ହଇଚଇ ସୃଷ୍ଟି ହୋଇଛି । ଡାକ୍ତର ଜଣକ ସି.ଟି ହାସପାତଳରେ ଲଗାତାର ଡ୍ୟୁଟି କରିଥିବାରୁ ଏହା ଏବେ ସମସ୍ତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ପେଷାରେ ଡାକ୍ତର ହୋଇଥିବା ବେଳେ ସେ କରୋନାରେ ସଂକ୍ରମିତ ହୋଇ କିପରି ଡ୍ୟୁଟି କରୁଥିଲେ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଡାକ୍ତର ଜଣଙ୍କର ପଜେଟିଭ ରିପୋର୍ଟ ଆସିବା ପରେ ସେ ଡୁ୍ୟଟି କରିଥିବା ଏକାଧିକ ଘରୋଇ ହାସପାତଳର ସାନିଟାଇଜେସନ ଓ ତାଙ୍କ ସହ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଘରୋଇ ସଙ୍ଗରୋଧରେ ରଖାଯାଇଥିବା ଜଣାପଡ଼ିଛି । ଏନେଇ ଜିଲ୍ଲା ପ୍ରଶାସନକୁ ଯୋଗଯୋଗ କରାଯିବାରୁ ଘଟଣାର ତଦନ୍ତ ଚାଲିଥିବା ଓ ଡାକ୍ତରଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here