Spread the love

ରାଉରକେଲା: ରାଉରକେଲାରୁ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହାରକୁ ନେଇ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଛି । ସୂଚନା ଅନୁଯାୟୀ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରାୟ ମାସେ ତଳେ ରାଉରକେଲାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏହି ଘୋଷଣା ହୋଇଥିବା ଅଞ୍ଚଳରେ ଯାତାୟତକୁ ବନ୍ଦ କରାଯାଇଥିଲା । ଏବେ ମଧୂସୁଦନ ଛକ, ଏବି ଲେନ ଅଞ୍ଚଳ, ପାବାର ହାଉସ ରୋଡରୁ ଜନତା ନିବାସ ଗଳି ଯାଏଁରୁ ବଫର ଜୋନ ହଟାଇ ଦିଆଯାଇଥିଲା । ତେବେ ଏସବୁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିଲା । କିନ୍ତୁ ଏ ସବୁ ଅଞ୍ଚଳରେ ଗାଡି ଚଳାଚଳକୁ ଅନୁମତି ଦିଆଯାଇଥିଲା । ମାତ୍ର ଏହି ରାସ୍ତାରେ ଲୋକଙ୍କ ଯାତାୟତକୁ ବନ୍ଦ କରିବାକୁ ୧୦ଟି ସ୍ଥାନରେ ବ୍ୟାରିକେଡ କରାଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ସେମାନେ ଆଜି କଣ୍ଟେନମେଣ୍ଟ ଜୋନ ହଟାଇବା ଦାବି କରି ପ୍ଲାଣ୍ଟ ସାଇଟ ଥାନା ଆଗରେ ବିକ୍ଷୋଭ କରିଥିଲେ । ସେମାନେ ଟାୟାର ଜାଳି,ଟେକାପଥର ଫୋପାଡି, ବ୍ୟାରିକେଡ ଭାଙ୍ଗି ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିଯୋଗୁଁ କିିଛି ୧୫ ପୋଲିସ କର୍ମଚାରୀଙ୍କ ସହିତ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛିି । ଏବେ ଲୋକେ ରାଉରକେଲା ମୁଖ୍ୟ ରାସ୍ତାରେ ବିକ୍ଷୋଭ ଜାରି ରଖିଛନ୍ତି । ପରିସ୍ଥିତିକୁ ଦେଖି ଏସପି,ଡିଆଇଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଅଞ୍ଚଳରେ ଉତ୍ତେଜନା ରହିଛି ।

LEAVE A REPLY

Please enter your comment!
Please enter your name here