Spread the love

ପୁରୀ
ପୁରୀ ଜିଲ୍ଲାର ୨୯ ଜଣ ଲୋକ ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଗିରଫ ଅଭିଯୁକ୍ତ ଥିବା ଜଣାପଡିଛି । ଏହି ଆକ୍ରାନ୍ତ ଜଣଙ୍କ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ପାଲଟିଛନ୍ତି । ଏହି ବ୍ୟକ୍ତିଙ୍କୁ ଗିରଫ କରଥିବା କୁମ୍ଭାରପଡା ଥାନା ଆଇଆଇସିଙ୍କ ସମେତ ୩୦ ଜଣ କର୍ମଚାରଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ କୁହାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ଗିରଫ ବ୍ୟକ୍ତିଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ମାର୍କେଟ ଛକ ଠାରୁ ନରେନ୍ଦ୍ର ପୁଷ୍କରିଣୀ ଯାଇଥିବା ରାସ୍ତାକୁ କଣ୍ଟେନମେଣ୍ଟ ଜୋନରେ ପରିଣତ କରଯାଇ ସାନିଟାଇଜ କରାଯାଇଛି । ଏହା ସହିତ ଉକ୍ତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here