Spread the love

ଭୁବନେଶ୍ୱର
ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି କମିଶନରେଟ ପୋଲିସର ଜଣେ କର୍ମଚାରୀ । ଛୁଟିରୁ ଫେରିବା ପରେ ଏହି କର୍ମଚାରୀଙ୍କର କରୋନା ଟେଷ୍ଟ ହୋଇଥିଲା ଏବଂ ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହି ୩୬ ବର୍ଷୀୟ କରର୍ମଚାରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା ଏବଂ ବର୍ତ୍ତମାନ ତାଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି । ସେ ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଏଥିରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଟ୍ୱିନ ସିଟିର ସମସ୍ତ ୪ଟି ହସ୍ପିଟାଲ ଡାକ୍ତର ଅନ୍ୟ ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍‌୍ୟାବସ୍ଥା ଉପରେ ଧ୍ୟାନ ରଖିଛନ୍ତି । କମିଶନରେଟ ପୋଲିସ ପ କ୍ଷରୁ ଟ୍ୱଟ କରାଯାଇ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆକ୍ରାନ୍ତ ପୋଲିସ କର୍ମଚାରୀ ଜଣଙ୍କ ରାଜମହଲ ଅଞ୍ଚଳରେ ରୁହନ୍ତି । ସେ କମିଶନରେଟ ଅଧିନରେ ଥିବା ରିଜର୍ଭ ପୋଲିସରେ କାର୍ଯ୍ୟ କରୁଛନ୍ତି । ସେ ମାସ ହେଲା ଛୁଟିର ଥିଲେ ଏବଂ କୋଲକାତାରୁ ଶ୍ରମିକ ଆଣି ଘର କାମ କରୁଥିଲେ । ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏ ସମ୍ପର୍କରେ ସେମାନଙ୍କୁ ମଧ୍ୟ ତଥ୍ୟ ଦିଆଯାଉନାହିଁ ଯାହା ଫଳରେ କରୋନା ମୁକାବିଲା କ୍ଷେତ୍ରରେ ବହୁତ ବାଧାବିଘ୍ନ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here