Spread the love

ୱାସିଂଟନ୍: କରୋନାଭାଇରସ୍‌ର ଉତ୍ପତ୍ତି ଚୀନ୍‌ର ଊହାନ୍‌ରେ ବୋଲି ଅନ୍ୟ ଦେଶମାନଙ୍କୁ ହୃଦୟଙ୍ଗମ କରାଇବାକୁ ଆମେରିକା ସେମାନଙ୍କ ସହ କାମ କରୁଥିବା କଥା ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି।
ଏହି ଭୂତାଣୁ କେଉଁଠୁ ଆସିଲା ସେ ସଂକ୍ରାନ୍ତରେ ବୁଝାଇବାକୁ ବେଜିଙ୍ଗ୍ ଉପରେ ଚାପ ପଡ଼ିଥିବା କଥାକୁ ଗୁରତ୍ବଦେଇ ପମ୍ପିଓ ଶୁକ୍ରବାର ଦିନ ‘ଦି ବେନ୍‌ ସେପିରୋ ସୋ’ରେ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି ଯେ ଏହି ଭୂତାଣୁ ସମ୍ବନ୍ଧରେ ଚୀନ୍ ଡିସେମ୍ବର ୨୦୧୯ ସୁଦ୍ଧା ଜାଣିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ମୃତ୍ୟୁ ଏବଂ ବିପୁଳ ଆର୍ଥିକ କ୍ଷତି ପାଇଁ ଦାୟୀ ପକ୍ଷମାନଙ୍କୁ ଉତ୍ତରଦାୟୀ କରିବା ଆବଶ୍ୟକ। କେବଳ ସେତିକି ନୁହେଁ ସମଗ୍ର ଜାଗତିକ ଆର୍ଥିକ ବ୍ୟବସ୍ଥା ଏଥିପାଇଁ ନଷ୍ଟ ହୋଇଯାଇଛି।
ସଠିକ୍ ପଦକ୍ଷେପ ଗ୍ରହଣ କରିବାରେ ସହାୟତା କରିବାକୁ ଏବଂ ସେମାନଙ୍କର ଅର୍ଥନୀତିକୁ ପୂର୍ବାବସ୍ଥାକୁ ଫେରାଇ ନେବାକୁ ଆମେ କୂଟନୈତିକ ଭାବେ ବିଶ୍ବର ସମସ୍ତ ଦେଶମାନଙ୍କ ପାଖରେ ପହଞ୍ଚୁଛୁ। ଜାଗତିକ ବାଣିଜ୍ୟ ପୁଣି ଥରେ ଚାଲୁ କରିବା ନିମନ୍ତେ ଅନ୍ତର୍ଜାତୀୟ ଯାତାୟାତର ପୁନଃଆରମ୍ଭ ସଂକ୍ରାନ୍ତରେ ଠିକ୍ ସୂଚନା ମଧ୍ୟ ଦେବାକୁ ଆମେ ପ୍ରସ୍ତୁତ ହେଉଛୁ।

LEAVE A REPLY

Please enter your comment!
Please enter your name here