Spread the love

ନୂଆଦିଲ୍ଲୀ: ଦେଶରେ ନିରନ୍ତର ସେବା ଯୋଗାଉଥିବା କରୋନା ଯୋଦ୍ଧାଙ୍କ ଉପରେ ରବିବାର ୩ ସେନା ପକ୍ଷରୁ ଫୁଲ ବର୍ଷାଯାଇଛି । ବିଶ୍ୱ ମହାମାରୀ ସମୟରେ ଡାକ୍ତର, ନର୍ସ,ମେଡିକାଲ ଷ୍ଟାଫ୍, ସଫାଇ କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଅନ୍ୟ ଫ୍ରଂଟଲାଇନ ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜଣାଯାଇଛି ।
ହେଲିକପ୍ଟର ଦ୍ୱାରା କରୋନା ହସ୍ପିଟାଲଗୁଡିକ ଉପରେ ଫୁଲବର୍ଷା କରାଯାଇଛି । ରବିବାର ୩ ସେନା ପକ୍ଷରୁ କରୋନା ଯୋଦ୍ଧା ଡାକ୍ତର, ନର୍ସ,ମେଡିକାଲ ଷ୍ଟାଫ୍, ସଫାଇ କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଅନ୍ୟ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜଣାଇ ଆକାଶ ମାର୍ଗରୁ ଫୁଲବର୍ଷା କରାଯାଇଛି। । ଏହି ନିଆରା ଦୃଶ୍ୟ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଦେଖିବାକୁ ମିଳିଛି । ପୁର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ଆକଶ ମାର୍ଗରୁ ଫୁଲବର୍ଷା ବୋଲି ସୂଚନା ରହିଥିଲା।
ଏଥିପାଇଁ ସେନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ମଧ୍ୟ । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଶୁକ୍ରବାର ଏ ନେଇ ଘୋଷଣା କରିଥିଲେ । ଏହି କାର୍ୟ୍ୟକ୍ରମର ଆରମ୍ଭ ଦିଲ୍ଲୀର ପୁଲିସ ମେମୋରିଆଲରୁ ଆରମ୍ଭ ହୋଇଯାଇଛି । ସେଠାରେ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ବାୟୁସେନା ସାରା ଦେଶକୁ ଫ୍ଲାଇ ପାଷ୍ଟ କରିଛି । ଆକାଶମାର୍ଗରୁ ଫୁଲବର୍ଷା ହୋଇଛି । ନାଭି ହେଲିକପ୍ଟର କରୋନା ହସ୍ପିଟାଲ ବା କୋଭିଡ ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ ବୋଲି ପୂର୍ବରୁ କୁହାଯାଇଥିଲା।
ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ବିମାନ ଓ ଫାଇଟର ଜେଟ ଏହି ପ୍ଲାଇ ପାଷ୍ଟରେ ସାମିଲ ହୋଇଛନ୍ତି । ତା ସହ ଦେଶର ବିଭିନ୍ନ ଜିଲ୍ଲାର କୋଭିଡ ହସ୍ପିଟାଲରେ ମାଉଁଟେନ ବ୍ୟାଣ୍ଡ ପରର୍ଫମାନ୍ସ ଦିଆଯିବ । ଦିଲ୍ଲୀ, ମୁମ୍ବାଇ, ଜୟପୁର, ଅହମ୍ମଦାବାଦ, ଗୌହାଟୀ, ପାଟଣା, ଲେକ୍ଷ୍ନୌରେ ଫାଇଟର ଜେଟ ପ୍ଲାଇପାଷ୍ଟ କରିଥିବା ସୂଚନା ରହିଛି । ସେହିପରି ଶ୍ରୀନଗର, ଚଣ୍ଡିଗଡ, ଦିଲ୍ଲୀ,ଜୟପୁର,ଭୋପାଳ,ମୁମ୍ବାଇ,ହାଇଦ୍ରାବାଦ,ବେଙ୍ଗାଲୁର, କୋଏମ୍ବାଟୁର, ଓ ଥିରୁଅନନ୍ତପୁରମରେ ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ ଫ୍ଲାଇପାଷ୍ଟ କରିଛି ବୋଲି ଜାଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here