Spread the love

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍’ (ସିଡିସି) କୋଭିଡ୍-୧୯ ସଂକ୍ରମଣର ଆଉ ଛଅଟି ନୂତନ ଲକ୍ଷଣ ଠାବ କରିଛନ୍ତ । ଜ୍ବର, କାଶ ଏବଂ ଅଣନିଶ୍ବାସୀ ହୋଇପଡ଼ିବା ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାକୁ ସଂକ୍ରମଣର ସମ୍ଭାବ୍ୟ ଲକ୍ଷଣ ବୋଲି ‘ସିଡିସି’ କହିଥିଲା ବେଳେ ଏବେ ଏଥିରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସଂଯୋଗ କରିଛି। ଅତ୍ୟଧିକ ଥଣ୍ଡା ଲାଗିବା, ହେମାଳ ଲାଗିବା ସହ କମ୍ପ ଆସିବା, ମାଂସପେଶୀରେ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧିବା, ତଣ୍ଟି ଦରଜ ଏବଂ ସ୍ବାଦ କିଂବା ବାସ୍ନା ବାରି ନ ପାରିବା। ଏହାଛଡ଼ା ନିଶ୍ବାସ ନେବାରେ ଅସୁବିଧା ହେବା, ଛାତିରେ ଯନ୍ତ୍ରଣା କିଂବା ଚାପ ଲାଗି ରହିବା, ନିଦରୁ ଉଠି ନ ପାରିବା, ମୁହଁ ଓ ଓଠ ନୀଳ ପଡ଼ିଯିବା ମଧ୍ୟ କରୋନା ସଂକ୍ରମଣ ହେବା ଲକ୍ଷଣ ବୋଲି ‘ସିଡିସି’ କହିଛି।

LEAVE A REPLY

Please enter your comment!
Please enter your name here