Spread the love

ୱାଶିଂଟନ: କରୋନା ଭୂତାଣୁ ଚୀନରୁ ସୃଷ୍ଟି ହୋଇଛି ଓ ଜାଣିଶୁଣି ଚୀନ ଏ ସମ୍ପର୍କରେ ସୂଚନା ଲୁଚାଇଥିଲା ବୋଲି ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଉଥିଲା ବେଳେ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏର ଏକ ରିପୋର୍ଟରେ ଚୀନ ବିରୋଧରେ ସାଂଘାତିକ ତଥ୍ୟ ଉପସ୍ଥାପନ କରାଯାଇଛି । ପାଶ୍ଚାତ୍ୟ ଗଣମାଧ୍ୟମରେ ସିଆଇଏର ଉକ୍ତ ରିପୋର୍ଟ ପ୍ରକାଶ ପାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ କରୋନା ସଂକ୍ରମଣକୁ ବିଶ୍ୱ ମହାମାରୀ ଘୋଷଣା ନକରାଇ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଉପରେ ଚାପ ପ୍ରୟୋଗ କରିଥିଲା । କରୋନାକୁ ମହାମାରୀ ଘୋଷଣା କରାଗଲେ ଚୀନ ଆର୍ଥିକ ସହାୟତା ବନ୍ଦ କରିବାକୁ ଧମକ ଦେଇଥିଲା ବୋଲି ସିଆଇଏ ଦେଇଥିବା ରିପୋର୍ଟରେ ଉଲ୍ଲେଖ ଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଚୀନ ବିରୋଧରେ ଆର୍ଥିକ କଟକଣା ଲାଗୁ କରିବା ସମ୍ପର୍କରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here