Spread the love

ଭୁବନେଶ୍ୱର
ମହାମାରୀ କରୋନା ଭାଇରସର ଜେନେଟିକ ଷ୍ଟଡି ରାଜ୍ୟରେ ଆରମ୍ଭ ହୋଇଛି । ୪୫ଟି କରୋନା ସାମ୍ପଲ ନେଇ ଇନଷ୍ଟିଟ୍ୟୁଟ ଅଫ ଲାଇଫ ସାଇନ୍ସରେ ଏହି ପରୀକ୍ଷା ଆରମ୍ଭ କରାଯାଇଛି । ଭୁବନେଶ୍ୱର ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ଏହି ସୂଚନା ଦେଇ କହିଛନ୍ତି ଯେ ଏଠାରେ ୨୦୦ ସାମ୍ପଲ ପରୀକ୍ଷା ହେବ ଏବଂ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଆସିବ । ଭାଇରସ କେଉଁଠୁ ଆସିଛି ଏବଂ କେଉଁ କାଟାଗୋରୀର ବୋଲି ଜଣାପଡିବ । ସେ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ଏବଂ ଲୋକେ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇ ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here