Spread the love

ଭୁବନେଶ୍ୱର
ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତ ମହିଳା ବୁଧବାର ଯମଜ ସନ୍ତାନ(ପୁଅ ଏବଂ ଝିଅ)ଙ୍କୁ ଜନ୍ମ ଦେଇଛନ୍ତି । ଏବେ ମାଆ ଓ ଶିଶୁ ସୁସ୍ଥ ଥିବ ଜଣାପଡିଛି । ସୂଚନା ଅନୁଯାୟୀ ରବିବାର ସୁରତରୁ ଗୋଟିଏ ପରିବାର ଗଞ୍ଜାମ ଫେରିବା ପରେ ସେମାନଙ୍କୁ ବ୍ରହ୍ମପୁରର ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ସାମିଲ ଥିଲେ । ସେଠାରେ ରକ୍ତ ଏବଂ ସ୍ୱାବ ନମୂନା ପରୀକ୍ଷା କରିବାରୁ ସେମାନେ କରୋନାର ଆକ୍ରାନ୍ତ ହୋଇଥିବ ଜଣାପଡିଥିଲା । ପରେ ସେମାନଙ୍କୁ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ବୁଧବାର ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ଏମକେସିଜି ହସ୍ପିଟାଲକୁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here