Spread the love

ଜେରୁଜେଲମ: କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ଟୀକା ବାହାର କରିବାରେ ସଫଳତା ମିଳିଛି ବୋଲି ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି । ବିଭିନ୍ନ ରାଷ୍ଟ୍ର ଓ ସଙ୍ଗଠନ ଦ୍ୱାରା ଏବେ ପ୍ରାୟ ୭୦ଟି ଟୀକା କ୍ଷେତ୍ରରେ ଗବେଷଣା ଚାଲିଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫତାଲି ବେନେଟ କହିଛନ୍ତି ଯେ ଇସ୍ରାଏଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ରିସର୍ଚ୍ଚ ଲାବରେ କରୋନା ଭାଇରସର ପ୍ରତିରୋଧ କରୁଥିବା ଆଣ୍ଟିବଡି ବିକଶିତ କରାଯାଇଛି । ଏହା କରୋନାଭାଇରସର ଚିକିତ୍ସା ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରିବ । ଏହି ଆଣ୍ଟିବଡିର ବିକାଶ ପରେ ସୋମବାରଦିନ ସେ ଇସ୍ରାଏଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ରିସର୍ଚ୍ଚ ଲାବକୁ ଯାଇ ତାହାର ତଦାରଖ କରିଥିଲେ । ଏହି ଲାବର ନିର୍ଦ୍ଦେଶକ ସାମୁଏଲ ସାପିରା କହିଛନ୍ତି ଯେ ଏହି ଜ୍ଞାନକୌଶଳର ପ୍ୟାଟେଣ୍ଟ କରାଯାଇଛି ଓ ଖୁବଶୀଘ୍ର ଏହାର ଉତ୍ପାଦନ ପାଇଁ ଏକ କମ୍ପାନିକୁ ଲାଇସେନ୍ସ ଦିଆଯିବ ।

LEAVE A REPLY

Please enter your comment!
Please enter your name here