Spread the love

ନୁଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱକୁ ଅନ୍ଧାରକୁ ଠେଲି ଦେଇଥିଲା ବେଳେ ଏବେ ଶିଶୁଙ୍କ ପ୍ରତି ନୂଆ ବିପଦ ସୃଷ୍ଟି କରିଛି । କରୋନା ଯୋଗୁ ଲକଡାଉନ ହୋଇଥିବାରୁ ଭାରତ, ବାଂଲାଦେଶ ଓ ଆଫଗାନିସ୍ତାନରେ ଶିଶୁଙ୍କୁ ମିଳିମିଳା ଓ ଡିଫଥେରିଆ ଟୀକା ଦିଆଯାଉନଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଏସିଆର କିଛି ଦେଶରେ ଶିଶୁଙ୍କୁ ଟୀକା ଦିଆଯାଉନଥିବାରୁ ଏହି ଅଂଚଳରେ ଆଉ ଏକ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ୟୁନିସେଫ କହିଛି। ଏଥିରେ ଭାରତ, ପାକିସ୍ଥାନ ଏବଂ ଆଫଗାନିସ୍ତାନର ପ୍ରାୟ ୪୫ଲକ୍ଷ ଶିଶୁ ଜଡିତ ଅଛନ୍ତି। ୟୁନିସେଫ କହିଛି ଯେ ବାଂଲାଦେଶ, ପାକିସ୍ଥାନ ଏବଂ ନେପାଳର ବିଭିନ୍ନ ସ୍ଥାନରେ ମିଳିମିଳା ଏବଂ ଡିଫଥେରିଆ ରୋଗ ଦେଖାଦେଇଛି। ଲକଡାଉନ ଯୋଗୁ ନିୟମିତ ଟୀକାକରଣରେ ବାଧା ଉପୁଜିଛି ଜ୍ଝ ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉନଥିବା ବେଳେ ବାଂଲାଦେଶ ଏବଂ ନେପାଳ ମିଳିମିଳା ଟୀକାକରଣ ଅଭିଯାନକୁ ବନ୍ଦ କରିଥିବା ବେଳେ ପାକିସ୍ଥାନ ଏବଂ ଆଫଗାନିସ୍ତାନ ପୋଲିଓ ଅଭିଯାନକୁ ସ୍ଥଗିତ ରଖିଛନ୍ତି। ୟୁନିସେଫର ଆଞ୍ଚଳିକ ଅଧିକାରୀ ଦକ୍ଷିଣ ଏସିଆ ପଲ୍ ରାଉଟର କହିଛନ୍ତି ଯେ ଏହି ଅଞ୍ଚଳର କେତେକ ଦେଶରେ ଟୀକା ସଙ୍କଟ ଦେଖାଦେଇଛି । ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଟୀକା ଯୋଗାଣରେ ବାଧା ସୃଷ୍ଟି କରିଛି। ତେବେ ଲକଡାଉନ ବେଳେ ଟୀକାକରଣ ସ୍ଥଗିତ ରଖିବାର କୌଣସି କାରଣ ନାହିଁ ଜ୍ଝ ଯଦି ଟୀକାକରଣ ପୁଣି ଆରମ୍ଭ ନ କରାଯାଏ ତେବେ ଦକ୍ଷିଣ ଏସିଆରେ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇପାରେ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here