Spread the love

ନୂଆଦିଲ୍ଲୀ
କରୋନା ଭାଇରସ ପ୍ରସାରକୁ ରୋକିବା ଲାଗି ସାରା ଦେଶକୁ ଲକଡାଉନ କରାଯାଇଛି । ଏଥିଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି ଏବଂ ଅତ୍ୟାବଶକ ସାମଗ୍ରୀ ଦରକାର ପଡିଲେ ମୁହଁରେ ମାସ୍କ ଏହଂ ହାତରେ ଗ୍ଲୋବ୍ସ ପିନ୍ଧି ବାହାରକୁ ଯାଉଛନ୍ତି । ତେବେ ଲକଡାଉନର ପ୍ରଭାବ ମେକଅପ ସାମଗ୍ରୀ ଉପରେ ବେଶି ପଡିଛି । ଏଥିଯୋଗୁଁ ମହିଳାଙ୍କ ପ୍ରସାଧନ ସାମଗ୍ରୀ ଲିପଷ୍ଟିକର ବ୍ୟବସାୟ ଅହେତୁକ ହ୍ରାସ ପାଇଛି । ମହିଳା,ଯୁବତୀମାନେ ଘରେ ରହୁଥିବାରୁ ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧୁଥିବାରୁ ଲିପଷ୍ଟିକ ବ୍ୟବହାର ହ୍ରାସ ପାଇଛି । ତେବେ ବର୍ତ୍ତମାନ ସେମାନେ ଲିପଷ୍ଟିକ ପରିବର୍ତ୍ତେ ଆଖି ମେକଅପକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା କୋହଳ କରାଯାଇଥିବାରୁ ଏବେ ଅଫିସ ଖୋଲିବା ଆରମ୍ଭ ହୋଇଛି ଏବଂ ସେଠାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାରୁ ମହିଳାମାନେ ଲିପଷ୍ଟିକକୁ ବାଦ ଦେଇ ଆଖି ମେକଅପକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରସାଧନ କମ୍ପାନୀଗୁଡିକ ଆଖି ମେକଅପ ସାମଗ୍ରୀ ଯଥା ଆଇଲାଇନର, ମାସକାରାସ ଏବଂ ଆଇସ୍ୟାଡୋ ଅଧିକ ଉତ୍ପାଦନ କରୁଛନ୍ତି । ଲୋରିଆଲ ଇଣ୍ଡିଆର ନିର୍ଦ୍ଦେଶକ କବିତା ଆଙ୍ଗରେ କହିଛନ୍ତି ଯେ କରୋନ ଯୋଗୁ ଲିପଷ୍ଟିକ ବେପାର ପ୍ରଭାବିତ ହୋଇଛି । ଲୋକେ ଘରେ କାମ କରୁଥିବାରୁ ଲିପଷ୍ଟିକ ବ୍ୟବହାର କରୁନାହାନ୍ତି । କିଛି ଅଫିସିଆଲ ପ୍ରେଜେନଟେସନ କିମ୍ବା ଭିଡିଓ କନଫରେନ୍ସି ସମୟରେ ସେମାନେ ଏହା ବ୍ୟବହାର କରୁଛନ୍ତି । ସେଥିପାଇଁ ଆମେ ଆଖି ମେକଅପକୁ ଅଧିକ ପ୍ରାଧାନ୍ୟ ଦେଉଛୁ ।

LEAVE A REPLY

Please enter your comment!
Please enter your name here