Spread the love

ନୂଆଦିଲ୍ଲୀ : କରୋନାର ପ୍ରଭାବ ଏବେ ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରରେ ଦେଖିବାକୁ ମିଳୁଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କରୋନା ମହାମାରୀ ଯୋଗୁଁ ଭାରତର ଆର୍ଥିକ ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସିଆସିବ ବୋଲି ଅଟକଳ କରିଛି । ଏହାଦ୍ୱାରା ଭାରତର କୋଟି କୋଟି ଲୋକ ନିଯୁକ୍ତି ବା କର୍ମସଂସ୍ଥାନ ହରାଇବେ ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ କୁହାଯାଇଛି ।
ସିଏମଆଇଇ ପକ୍ଷରୁ କୁହାଯାଇଛି ଯେ ଲକଡାଉନ ଯୋଗୁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଭାରତର ବେକାରୀ ହାର ୨୩.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ବର୍ଷ ଏହି ସମୟରେ ବେକାରୀ ହାର ୮.୪ ପ୍ରତିଶତ ଥିଲା । ସହରାଞ୍ଚଳରେ ବେକାରୀ ହାର ୩୦.୯ ପ୍ରତିଶତକୁ ଓ ଗ୍ରାମାଞ୍ଚଳରେ ୨୦.୨ ପ୍ରତିଶତକୁ ବୃଦ୍ଧି ପାଇଛି ।
ଇତି ମଧ୍ୟରେ ପ୍ରାୟ ୭୨ ନିୟୁତ ବା ୭ କୋଟି ୨୦ ଲକ୍ଷ ଲୋକ ଅସ୍ଥାୟୀ ଭାବେ କର୍ମସଂସ୍ଥାନ ହରାଇଛନ୍ତି । ସେହିପରି ଅନ୍ୟଏକ ପୂର୍ବାନୁମାନ ଅନୁସାରେ ଏହି ସଂକଟ ଯୋଗୁଁ ଖୁଚୁରା କ୍ଷେତ୍ରରେ ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକ ଚାକିରି ହରାଇବେ ।

LEAVE A REPLY

Please enter your comment!
Please enter your name here