Spread the love

ନୂଆଦିଲ୍ଲୀ
ବିଶ୍ୱରେ ମୃତ୍ୟୁର ତାଣ୍ଡବ ଖେଳାଇଥିବା ମହାମାରୀ କରୋନା ଭାଇରସକୁ ନିପାତ କରିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟୀକା ବାହାରି ନାହିଁ । ବିଶ୍ୱର ୮୦ଟି ଦେଶର ୧୦୨ଟି ମେଡିକାଲ ସଂସ୍ଥା ଏନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ହାଇଡ୍ରୋକ୍ଲୋରୋକୁଇନ ପରି କିଛି ଔଷଧ କରୋନା ଭାଇରସ ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହେଉଛି । ଏବେ ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ ଉକୁଣି ମରା ଔଷଧ ଆଇଭରମେକ୍ଟିନ କରୋନା ଭାଇରସକୁ ମାରିବାରେ ବେଶ ଫଳପ୍ରଦ ହେଉଛି । ଏହା ଭାଇରସକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ ନିପାତ କରିଦେଉଛି । ଏହାର ବ୍ୟବହାର ଲାଗି ଆମେରିକାରେ କ୍ଲିନିକଲ ଟ୍ରାଏଲ ଆରମ୍ଭ ହୋଇଛି । ସେହପରି ଇରାକର ୫୦ ଜଣ ରୋଗୀଙ୍କ ଉପରେ ଏହି ଔଷଧର ପରୀକ୍ଷଣ ହୋଇଥିଲା, ଯାହା ସଫଳ ହୋଇଛି ବୋଲି କୁୁହାଯାଉଛି । ଆମେରିକାର କେଣ୍ଟକି ୟୁନିର୍ଭସିଟିରେ ଏହାକୁ ନେଇ ଗବେଷଣା କରାଯାଉଛି । ଏହା ଔଷଧ ଲ୍ୟାବରେ କରୋନାକୁ ନିପାତ କରିବାରେ ସଫଳ ହୋଇଥିଲା । ପରେ ୨୪୦ ରୋଗୀଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି ।ଉକୁଣୀ ମରା ଔଷଧ ଆଇଭରମେକ୍ଟିନ ସହିତ ଏଜିଥ୍ରୋମାଇସିନ, କେମୋଷ୍ଟେଟ, ମିସାଇଲେଟ ଆଦି ଔଷଧକୁ ଅଲଗା-ଅଲଗା ଭାବେ ଏବଂ ମିଶ୍ରଣ କରାଯାଇ ପରୀକ୍ଷା କରାଯିବ ।

LEAVE A REPLY

Please enter your comment!
Please enter your name here