Spread the love

ନୂଆଦିଲ୍ଲୀ
କରୋନା ଭାଇରସକୁ ନେଇ ନିଜର ସବୁଠାରୁ ବଡ଼ ବାଣିଜ୍ୟ ସହଯୋଗୀ ଚୀନ ସହ ଅଷ୍ଟ୍ରେଲିଆର ବିବାଦ ବଢ଼ିବାରେ ଲାଗିଛି । ଏବେ ବିଶ୍ଵ ସ୍ଵାସ୍ଥ୍ୟ ପରିଷଦ କରୋନା ଭାଇରସ ଉତ୍ପତ୍ତିକୁ ନେଇ ତଦନ୍ତ କରିବାକୁ ଅନୁମତି ଦେଇଛି । ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ପ୍ରଥମେ ଏହି ତଦନ୍ତ କରିବାକୁ ଦାବି କରିଥିଲା ଏବଂ ପରେ୧୦୦ରୁ ଅଧିକ ରାଷ୍ଟ୍ର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହାକୁ ବିଶ୍ବ ସଂଗଠନ ସ୍ଵିକୃତି ଦେଇଥିବାରୁ ଦୁଇ ଦେଶ ମଧ୍ୟରେ ବିବାଦ ଅଧିକ ବଢିବ ବୋଲି କୁହାଯାଉଛି । ଏ ପର୍ଯ୍ୟନ୍ତ ବିଶ୍ଵର ୪୯,୫୭,୫୨୩ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ୩,୨୦,୯୫୭ ପ୍ରାଣ ହରାଇଲେଣି । ଏହି ଭାଇରସ ଡ଼ିସେମ୍ବରରେ ଚୀନରୁ ବାହାରିଥିଲା । ଅଷ୍ଟ୍ରେଲିଆ ଚୀନ ଠାରୁ ପ୍ରତିଶୋଧ ନେବା ଲାଗି ରପ୍ତାନି ଉପରେ ଅଧିକ ଶୁଳ୍କ ଲଗାଇଥିଲା । ପରେ ଚୀନ ରାଷ୍ଟ୍ରଦୂତ ଅଷ୍ଟ୍ରେଲିଆ ସାମଗ୍ରୀର ଉପଭୋକ୍ତା ବହିଷ୍କାର ଚେତାବନୀ ଦେଇଥିଲେ। ଏହା ବ୍ୟତୀତ ଅଷ୍ଟ୍ରେଲିଆ ରପ୍ତାନିକାରୀ ମାନେ ଚୀନ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି । ସେମାନେ ଚୀନରୁ ଯାଉଥିବା ସାମଗ୍ରୀ ଯଥା ମଦ, ଡାଏରୀ, ସାମୁଦ୍ରିକ ଖାଦ୍ୟ, ଡାଲି,ଫଳ ଆଦିର ଗୁଣବତ୍ତା ଯାଞ୍ଚ, ଆଣ୍ଟିଡୋପିଙ୍ଗ ଟେଷ୍ଟ, ଟାରିଫ ପ୍ରଭୂତିକୁ ପ୍ରଭାବିତ କରିପାରନ୍ତି । କିନ୍ତୁ ଚୀନ ପାକିସ୍ତାନ, କିରଗିଜସ୍ତାନ, ଶ୍ରୀଲଙ୍କା ଏବଂ ଅନେକ ଆଫ୍ରିକୀୟ ଦେଶକୁ ଋଣ ଦେଇଥିବାରୁ ଅଷ୍ଟ୍ରେଲିଆ ସହ ବାଣିଜ୍ୟ ଯୁଦ୍ଧ ସେତେ ପ୍ରଭାବ ପକାଇବ ନାହିଁ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here