Spread the love

କଟକ: କରୋନା ଭୟରେ ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ ଲୁଚିଛନ୍ତି ବୋଲି ପଡ଼ୋଶୀ ଦକ୍ଷିଣ କୋରିଆର ଜଣେ ମନ୍ତ୍ରୀ କେତେକ ତଥ୍ୟ ଦେଇଛନ୍ତି । କିମ ଜଙ୍ଗ ଉନଙ୍କୁ ନେଇ ଗତ କିଛି ଦିନ ହେଲା ବିଶ୍ୱରେ ଚର୍ଚ୍ଚା ଚାଲିଛି । କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେ ଗୁରୁତର ଅସୁସ୍ଥ ହୋଇ ସେ ବ୍ରେନଡେଡ ଅବସ୍ଥାକୁ ଚାଲିଯାଇଛନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ କୋରିଆର ଦେଶ ଏକତ୍ରିକରଣ ମନ୍ତ୍ରୀ କିମ ୟୋ-ଚୁଲ କହିଛନ୍ତି ଯେ କରୋନା ସଂକ୍ରମଣ ଭୟରେ କିମ ଲୁଚିଛନ୍ତି । ବାହାରକୁ ବାହାରୁ ନାହାନ୍ତି । ସେଥିପାଇଁ ସେ ଏପ୍ରିଲ ୨ୟ ସପ୍ତାହରେ ନିଜ ଜେଜେ ବାପାଙ୍କ ଜନ୍ମଦିନ ସମାରୋହରେ ଯୋଗ ଦେଇନଥିଲେ । କିମଙ୍କ ଏପରି ଆଚରଣ ଆଦୌ ଅସ୍ୱାଭାବିକ ନୁହେଁ ବୋଲି ସେ କହିଛନ୍ତି । ପୂର୍ବରୁ ଦକ୍ଷିଣ କୋରିଆ ପକ୍ଷରୁ କିମଙ୍କ ମୃତ୍ୟୁ ଖବରକୁ ଅସ୍ୱୀକାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here