Spread the love

ବେଜିଂ : ମହାମାରୀ କରୋନା ସଂକ୍ରମଣ ସିନେମା ପୂର୍ବର ଟ୍ରେଲର ମାତ୍ର । ଆଗକୁ ମହାବିପତ୍ତି ରହିଛି ବୋଲି ଚୀନ ଉହାନ ସହରରେ ଥିବା ଇନ୍ଷ୍ଟିଚ୍ୟୁଟ ଅଫ ଭିରୋଲଜିର ଉପ ନିଦେ୍ର୍ଦଶକ ତଥା “ବାଟ ଓମେନ” ଭାବେ ଜଣାଶୁଣା ସି ଝେଙ୍ଗଲି ସତର୍କ କରାଇ ଦେଇଛନ୍ତି । ସଂପ୍ରତି କରୋନା ସଂକ୍ରମଣ ଏକ ଝଲକ ସଦୃଶ । ଆଗକୁ ଏଭଳି ବିପତ୍ତି ରହିଛି ତାହା ମାନବ ସମାଜ କଳ୍ପନା କରିବା କଷ୍ଟ । ତେବେ ସି ଙ୍କ ଏହି ଉକ୍ତି ପରୋକ୍ଷରେ ଧମକ କି ସମଗ୍ର ବିଶ୍ୱବାସୀଙ୍କ ଲାଗି ସତର୍କ ବାଣୀ ତାହା ବୁଝା ପଡୁନାହିଁ । କରୋନା ସଂକ୍ରମଣରେ ଚୀନର ହାତ ଥିବା ଶତାଧିକ ଦେଶ ଅଭିଯୋଗ କରୁଥିବା ବେଳେ ଏବେ ସି ଙ୍କର ଏହି ଉକ୍ତି ସମସ୍ତଙ୍କ ଅଭିଯୋଗରେ ଦୃଢ଼ତା ଆଣିଛି । ତେବେ ସି କହିଛନ୍ତି ଜେ ବୈଜ୍ଞାନିକମାନେ ବିଶ୍ୱରେ ରହିଥିବା ଜୀବ ଜଗତ ଉପରେ ଅଧିକ ଗବେଷଣା ନକଲେ କରୋନା ଠାରୁ ଆହୁରି ଭୟାଭୟ ରୋଗ ଭବିଷ୍ୟତରେ ମାନବ ସମାଜକୁ ସାମ୍ନା କରିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here