Spread the love

ନୂଆଦିଲ୍ଲୀ: ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବା ରୋଗୀମାନେ ସସ୍ଥ ହେବା ପରେ ଡିସଚାର୍ଜ ହେବାର ନୀତିକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି । ଏନେଇ ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନୂତନ ମାର୍ଗଦର୍ଶିକ ଜାରି କରାଯାଇଛି । ନୂଆ ନିୟମ ଅନୁଯାୟୀ କରୋନା ଲକ୍ଷଣା ନଥିବା ମାମଲା ଗୁଡିକରେ ଡିସଚାର୍ଜ ପୂର୍ବରୁ ପରୀକ୍ଷା କରାଯିବ ନାହିଁ । ରୋଗୀଙ୍କ ଠାରେ କୌଣସି ଲକ୍ଷଣ ନଥିଲେ କିମ୍ବା ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିଲେ ୧୦ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରିବେ । ଏହା ପରେ ରୋଗୀଙ୍କୁ ୧୪ ଦିନ ପରିବର୍ତ୍ତେ ୭ ଦିନ ହୋମ ଆଇସୋଲେସନରେ ରହିବାକୁ ପଡିବ । ୧୪ ଦିନ ପରେ ଟେଲି କନଫରେନ୍ସ ମାଧ୍ୟମରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରାମର୍ଶ ନିଆଯିବ । ତେବେ କମ କିମ୍ବା ଲକ୍ଷଣ ଥିବା ଲୋକଙ୍କ କୋଭିଡ ସୁବିଧା କେନ୍ଦ୍ରରେ ରଖାଯିବ । ସେଠାର ପ୍ରତିଦନ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପଲ୍ସ ଏକ୍ସିମେଟ୍ରି ମନିଟରିଂ କରାଯିବ । ଯଦି ୩ ଦିନ ମଧ୍ୟରେ ଜ୍ୱର ନଆସେ ତେବେ ରୋଗୀଙ୍କ ୧୦ ଦିନ ପରେ ଡିସଚାର୍ଜ କରାଯିବ । ଏହା ପୂର୍ବରୁ ପରୀକ୍ଷା କରିବାର ଆବଶ୍ୟକତା ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here