Spread the love

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର କ୍ରିଟିକାଲ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ (ଆଂଶିକ ଅତ୍ୟାବଶ୍ୟକ) ତାଲିକାରେ ପରିବର୍ତ୍ତନ କରିଛନ୍ତି । ପରିବର୍ତ୍ତନ ଅନୁସାରେ ଏବେ କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଗୃହ, ଶ୍ରମ, ପଂଚାୟତି ରାଜ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା , ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଇସ୍ପାତ ଓ ଖଣି,ଅବକାରୀ ଆଦି ୧୪ଟି ବିଭାଗ ରହିଛି । ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକର ୫୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ କାମ କରିବେ । ଆଂଶିକ ଅତ୍ୟାବଶ୍ୟକ ବିଭାଗରେ ଉପରୋକ୍ତ ୧୪ଟି ବିଭାଗ ବ୍ୟତୀତ ଅନ୍ୟବିଭାଗ ରହିଛି । ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକର ୩୦ ପ୍ରତିଶତ କର୍ମଚାରୀ ଅଫିସ ଯାଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ କାମ କରିପାରିବେ । ନୂଆ ନିର୍ଦ୍ଦେଶ ମେ ୪ରୁ ୧୭ ପର୍ୟ୍ୟନ୍ତ ବଳବତ୍ତର ରହିବ । ବିଭିନ୍ନ ବିଭାଗ ନିଜ ଅଧିନରେ ଥିବା ନିଗମ, ଏଜେନ୍ସି, ପିଏସୟୁ ଗୁଡ଼ିକୁ ଚାଲିବା ପାଇଁ ଅନୁମତି ଦେଇପାରିବେ । ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ କରୁଥିବା ଓ ଜରୁରୀ କ୍ଷେତ୍ରରେ ଥିବା ନିଗମ,ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ୧୦୦ ପ୍ରତିଶତ କ୍ଷମତାରେ ଚାଲିପାରିବ ।

LEAVE A REPLY

Please enter your comment!
Please enter your name here