Spread the love

ନୂଆଦିଲ୍ଲୀ
ରିଙ୍ଗ ଭିତରରେ ଅନେକ ଯୋଦ୍ଧାଙ୍କୁ ପରାସ୍ତ କରିଥିବା ଜାପାନର କୁସ୍ତିଯୋଦ୍ଧା ସୋବିସୁ କରୋନା ଯୁଦ୍ଧରେ ହାରି ଯାଇଛନ୍ତି । ସେ ମାତ୍ର ୨୮ ବର୍ଷ ବୟସରେ ପ୍ରଥମ କୁସ୍ତିଯୋଦ୍ଧା ଭାବେ କରୋନା ଭାଇରସ ବିରୋଧୀ ଲଢେଇରେ ବୁଧବାର ପରାଜୟ ବରଣ କରି ଆରପାରିକୁ ଚାଲିଯାଇଛନ୍ତି । ଜାପାନର ସୁମୋ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତାଙ୍କର ପ୍ରକୃତ ନାମ ହେଉଛି କିୟୋଟାକା ସିଏଟାକେ । ସୂଚନା ଅନୁଯାୟୀ ଏପ୍ରଲ ୧୦ରେ ସୋବିସୁଙ୍କ ଠାରେ କରୋନା ଭାଇରସ ଥିବା ଜଣାପଡିବା ପରେ ତାଙ୍କୁ ଟୋକିଓର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିରେ ଆକ୍ରାନ୍ତ ହୋଇଥିବା ଯୋଗୁୁ ତାଙ୍କର ଏକାଧିକ ଅଙ୍ଗ ଅକାମୀ ଅଚଳ ହୋଇ ପଡିଥିଲା ।ଦିନକୁ ଦିିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରେ ଲାଗିଥିଲା । ଏଥିିଯୋଗୁ ତାଙ୍କୁ ୯ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା । ସେ ଦୀର୍ଘ ଦିନ ପର୍ଯ୍ୟନ୍ତ କରୋନ ସହ ଲଢେଇ କରି ଶେଷରେ ବୁଧବାର ହାରି ଯାଇଥିଲେ । ସୋବିସୁ ୨୦୦୭ରେ ପେସାଦର କୁସ୍ତିରେ ପଦାର୍ପଣ କରିଥିଲେ । ସେ ଏବେ ବିଶ୍ୱ ତାଲିିକାର ୧୧ ନଂ ସ୍ଥାନରେ ଥିଲେ ।

LEAVE A REPLY

Please enter your comment!
Please enter your name here