Spread the love

ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚି ଯାଇଛି । ଏବେ ସୁଦ୍ଧା ୪୩୬ ଜଣ ସୁସ୍ଥ ହୋଇଥିବାବେଳେ ୮୨୬ଟି ମାମଲା ସକ୍ରିୟ ରହିଛି । ତେବେ ଏଥିରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ, ହୋମ କ୍ୱାରେଣ୍ଟାଇନରୁ ୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବଞ୍ଜାମର ୧୯, ଯାଜପୁରର ୧୪,ବାଲେଶ୍ୱରର ୩,ପୁରୀରୁ ୧୭,କଟକରୁ ଜଣେ, ସୁନ୍ଦରଗଡରୁ ୫,ନୟାଗଡରୁ ୫, ବଲାଙ୍ଗିରରୁ ଜଣେ, ମାଲକାନଗିରିରୁ ୫,କନ୍ଧମାଳରୁ ୨, ଝାରସୁଗୁଡାରୁ ୩, ଗଜପତିରୁ ୪ ଏବଂ ନବରଙ୍ଗପୁରର ଜଣେ ସାମିଲ ଅଛନ୍ତି । ପରିବାର ଏବଂ ସ୍ୱାସ୍ଥ୍‌୍ୟ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ପ୍ରଥମ ଥର ପାଇଁ ନବରଙ୍ଗପୁର ଏବଂ ଗଜପତ ଜିଲ୍ଲାରୁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here