Spread the love

ନୂଆଦିଲ୍ଲୀ: ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ଦିଲ୍ଲୀ ସରକାର କେନ୍ଦ୍ର ଠାରୁ ୫ ହଜାର କୋଟି ଟଙ୍କା ମାଗିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ରବିବାର କହିଛନ୍ତି । ସେ କହିଛନ୍ତି ଯେ ପ୍ରତିମାସରେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୩,୫୦୦ କୋଟି ଟଙ୍କା ଆବଶ୍ୟକ । ଗତ ଦୁଇ ମାସରେ ରାଜ୍ୟରେ ମାତ୍ର ହଜାରେ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଯେଉଁ ମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ସଂଗ୍ରାମ କରୁଛନ୍ତି ସେମାନଙ୍କୁ ଦରମା ଦେବାକୁ ଅତିକମରେ ୭ହଜାର କୋଟି ଟଙ୍କା ଆବଶ୍ୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଳେଖିଥିବା ଚିଠିରେ ଦିଲ୍ଲୀ ସରକାର ଉଲ୍ଲେଖ କରିଛନ୍ତି ଯେ କୋଭିଡ଼-୧୯ ପାଇଁ ଅନ୍ୟ ରାଜ୍ୟ ଭଳି ଦିଲ୍ଲୀକୁ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ କୌଣସି ଅର୍ଥ ମିଳୁନଥିବାରୁ ଏହି ଅନୁଦାନ ଦିଆଯିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here