Spread the love

କଳାହାଣ୍ଡି
ଆଜି ରାଜ୍ୟରେ ୧୩୦ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ୩ ଜଣ ସାମିଲ ଅଛନ୍ତି । ଏମାନେ ସମସ୍ତେ ଗୋଲମୁଣାଡ ବ୍ଲକର । ତେବେ ଏମାନଙ୍କ ମଧ୍ୟରେ ୫ ମାସର ଏବଂ ୨ ବର୍ଷର ୨ ଜଣ ଶିଶୁ ସାମିଲ ଅଛନ୍ତି । ସୂଚନା ଅନୁଯାୟୀ ଏମାନଙ୍କ ବାପା କ୍ୱାରେଣ୍ଟାଇନ ସେଣ୍ଟରରୁ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ । ଏହି ସମସୟରେ ତାଙ୍କ ସଂସ୍ପର୍ଶରେ ଆସି ୨ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ମହାରାଷ୍ôଟ୍ରରୁ ଫେରିଥିବା ଜଣେ ଶ୍ରମିକ ଆକ୍ରାନ୍ତ ହୋଇଛନ୍ତି । ଏବେ ସେମାନଙ୍କ ଭବାନୀପାଟଣା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରବାଲ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here