Spread the love

ଭଦ୍ରକ : ଅମ୍ପନ ପ୍ରଭାବରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ କାଁପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କର କାନ୍ଥ ଭୂଷୁଡ଼ି ପଡ଼ିବା ଯୋଗୁଁ ୩ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି । ପାରାଦୀପ ପରେ ବାଲେଶ୍ୱର ଓ ଭଦ୍ରକରେ ଅମ୍ପନର ପ୍ରକୋପ ସାମାନ୍ୟ ଅଧିକ ରହିଥିବାରୁ ସେଠାରେ ଚାଳଘର ସହ ଆଜେବେଷ୍ଟସ୍ ଘରଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ଦେଖା ଦେଇଛି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ମଧ୍ୟ କିଛି ଲୋକଙ୍କର ଚାଳଘର କାନ୍ଥ ଭୂଷୁଡି ପଡ଼ିଥିବା ଖବର ହସ୍ତଗତ ହୋଇଛି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି । ସମୁଦ୍ର କୂଳ ଗ୍ରାମଗୁଡ଼ିକରେ ଏକାଧିକ ଚାଳଘର ଭାଙ୍ଗିରୁଜି ଯାଇଥିବା ବେଳେ ଅଧିକାଂଶ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି । ଏଥିସହ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର ମଧ୍ୟ ଉପୁଡ଼ି ପଡ଼ିଥିବା ଦେଖାଦେଇଛି । ତେବେ କ୍ଷୟକ୍ଷତି କେତେ ଘଟିଛି ତାହା ବାତ୍ୟାର ପ୍ରକୋପ ପରେ ଜଣା ପଡ଼ିବ ବୋଲି ଏସ୍. ଆର୍ .ସିଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here