Spread the love

ଭୁବନେଶ୍ୱର : ଆଉ ସମ୍ଭାଳି ପାରିଲେନି ସରକାର । ରାଜକୋଷକୁ ପୂର୍ଣ୍ଣ କରିବା ଲାଗି ଶେଷରେ ଓଡ଼ିଶାରେ ଅନ ଲାଇନରେ ମଦ ବିକ୍ରି କରିବା ଲାଗି ସରକାରୀ ନିଦେ୍ର୍ଦଶ ଆଜି ଜାରି କରାଯାଇଛି । ସ୍ୱତନ୍ତ୍ର କୋଭିଡ଼ ଟିକସ ଲାଗୁ ହୋଇ ଏହି ମଦ ବିକ୍ରି କରାଯିବ । ତେବେ କୋଭିଡ଼ ମୁକାବିଲା ଲାଗି ରାଜ୍ୟ ସରକାର କେତେ ଟଙ୍କା ବଜେଟ ରଖିଛନ୍ତି ତାହା ଏ ଯାଏଁ ପ୍ରକାଶ କରିନାହାନ୍ତି । ତେବେ ମଦୁଆଙ୍କ ପାଇଁ ଏହା ଖୁସି ଖବର ହୋଇଥିବା ବେଳେ ମଦ ବିରୋଧୀଙ୍କ ପାଇଁ ଏହା ଏକ ଅଶୁଭ ଖବର ବୋଲି କୁହାଯାଉଛି । କାଲିଠାରୁ ଯେଉଁମାନେ ଇଣ୍ଟରନେଟ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଆପ ମାଧ୍ୟମରେ ମଦ ବୁକିଂ କରିବେ ସେମାନଙ୍କୁ ହୋମ ଡେଲିଭରି କରାଯିବ । ସେଥିପାଇଁ ବିଭିନ୍ନ ମଦର ପରିବର୍ତ୍ତିତ ମୂଲ୍ୟ ମଧ୍ୟ ସରକାର ସ୍ଥିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here