Spread the love

ଭୁବନେଶ୍ୱର
ମଙ୍ଗଳବାର ଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା । ସେ କହିଛନ୍ତି ଯେ ସକାଳ ୧୦ଟାରୁ ୩ଟା ପର୍ଯ୍ୟନ୍ତ ଖାତା ମୂଲ୍ୟାୟନ ହେବ । ତେବେ ସାମାଜିକ ଦୂରତା ବଜାୟ ରଖିବା ଲାଗି କମ ଶିକ୍ଷକରେ ଖାତା ଦେଖାହେବ । ଖାତା ଦେଖା କେନ୍ଦ୍ରରେ ସାନିଟାଇଜର ବ୍ୟବହାରକୁ ପ୍ରଧାନ୍ୟ ଦିଆଯାଇଛି । ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ଦିନକ ଲାଗି ଖାତଦେଖା ହୋଇଥିଲା । କିନ୍ତୁ କରୋନା ଭାଇରସ ଲକଡାଉନ ଯୋଗୁଁ ଏହାକ ୁସ୍ଥଗିତ ରଖାଯାଇଥିଲା । ତେବେ ପରେ ପୁଣି ମେ ୨୦ରେ ଖାତା ମୂଲ୍ୟାୟନ କରିବାକୁ ସ୍ଥିର ହୋଇଥିଲା । କିନ୍ତୁ ଅମ୍ଫାନ ବାତ୍ୟାକୁ ଦେଖି ଏହାକୁ ପୁଣି ସ୍ଥଗିତ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here