Spread the love

ନୂଆଦିଲ୍ଲୀ
ଆତଙ୍କବାଦୀ ପୁଣିଥରେ ପୁଲବାମାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ସେମାନେ ଏଥିପାଇଁ ଏକ କାରରେ ବିସ୍ଫୋଟକ ରଖିଥିଲେ । କିନ୍ତୁ ତାଙ୍କର ଏହି ଷଡଯନ୍ତ୍ର ସଫଳ ହୋଇପାରିଲା ନାହିଁ । ବିସ୍ଫୋରଣ ହେବା ପୂର୍ବରୁ ସେନାରେ ଯବାନମାନେ ଏହି ଆଇଇଡିକୁ ଡିଫ୍ୟୁଜ କରିଦେଇଥିଲେ । ସୂଚନା ଅନୁଯାୟୀ ଆତଙ୍କବାଦୀ ପୁଲବାମାର ରାଜପୁରାର ଅୟାନଗୁଣ୍ଡା ଏରିଆରେ ଏକ କାରରେ ଆଇଇଡି ରଖିଥିଲେ । ସେଥିରେ ଆତଙ୍କବାଦୀ ମଧ୍ୟ ରହିଥିଲେ । କିନ୍ତୁ ଘେରାବନ୍ଦୀ ଏବଂ ଗୁଳିଚାଳନାକୁ ଦେଖି ସେମାନେ ଫେରାର ହୋଇଯାଇଥିଲେ । ଆଇଇଡି ନଷ୍ଟ କରିବା ସମୟରେ କିଛି ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାର ଚାରି ପାଞ୍ଚ ଦିନ ପୂର୍ବରୁ ଏକ ଗାଡିରେ ଆଇଇଡି ଥିବାର ସୂଚନା ପୋଲିସକୁ ମିଳିଥିଲା । ଏହା ପରେ ୪୪ ଆରଆର, ପୋଲିସ ଏବଂ ସିଆରପିଏଫ ମିଳିତ ଅଭିଯାନ କରି ଏକ ସ୍ୟାଣ୍ଟ୍ରୋ କାରରୁ ବିସ୍ଫୋଟକ ଜବତ କରିଥିଲା । ଏହା ବୋମା ନିରୋଧି ଦଳ ଘଟଣାସ୍ଥଳରେ ପହଞ୍ଚି ଆଇଇଡିକୁ ନିଷ୍କ୍ରିୟ କରିଥିଲେ । ଆଇଜି ବିଜୟ କୁମାର କହିଛନ୍ତି ଯେ ଆତଙ୍କବାଦୀ ବଡ ଧରଣର ଆକ୍ରମଣ କରିବାକୁ ଚାହିଁଥିଲେ । କିନ୍ତୁ ପୁଲବାମା ପୋଲିସ, ସିଆରପିଏଫ ଏବଂ ସେନା ଇନପୁଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଷଡଯନ୍ତ୍ରକୁ ବିଫଳ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here