Spread the love

ସିଓଳ୍: ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍-ଉନ୍ଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ଅନେକ କାଳ୍ପନିକ ଆଲୋଚନା ଚାଲିଥିବା ବେଳେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗୁଜବ ଉଠିଛି। ଉତ୍ତର କୋରିଆ ନେତାଙ୍କର ମୃତ୍ୟୁ ହୋଇଛି ବୋଲି ଚୀନ୍ର ସାମ୍ବାଦିକା ସିଜିଆନ୍ ଜିଙ୍ଗ୍ଜୌ ବିଶ୍ୱସ୍ତସୂତ୍ରରୁ ଜାଣିଛନ୍ତି ବୋଲି ଦାବି କରିଛନ୍ତି। ହୃତୁପିଣ୍ଡ ଅସ୍ତ୍ରୋପଚାର ପରେ କିମ୍ କୋମାରେ ଥିଲେ ବୋଲି କୁହାଯାଉଛି । ମଫସଲ ଅଞ୍ଚଳ ବୁଲିଯାଇଥିବା ବେଳେ କିମ୍ ନିଜ ଛାତିକୁ ଜାବୁଡ଼ି ଧରି ତଳେ ପଡ଼ିଗଲେ। ତାଙ୍କ ସାଥିରେ ଯାଇଥିବା ଲୋକମାନେ ତାଙ୍କୁ ‘ସିପିଆର୍’ ଦେବା ସହ ଡାକ୍ତରଖାନାକୁ ନେଇ ଯାଇଥିଲେ। କିନ୍ତୁ, ତାଙ୍କ ଧମନୀରେ ଷ୍ଟେଣ୍ଟ୍ ଲଗାଇବାରେ ବିଳମ୍ବିତ ପଦ୍ଧତି ଅବଲମ୍ବନ କରାଯିବାରୁ ସେ ଖୁବ୍ ଅସୁସ୍ଥ ହୋଇ ପଡ଼ିଲେ। ବେଜିଙ୍ଗ୍ରୁ ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ, ଭୀତସ୍ତ୍ରସ୍ତ ସର୍ଜନ୍ଙ୍କ ହାତ ଥରିବାରୁ ତାଙ୍କ ହୃଦ୍ପିଣ୍ଡ ଅସ୍ତ୍ରୋପଚାର ଭୁଲ୍ ହୋଇଯାଇଥିଲା। ଶାସକ ୱାର୍କସ୍ ପାର୍ଟିର ଏକ ବୈଠକରେ ଏପ୍ରିଲ୍ ୧୧ ତାରିଖ ଦିନ କିମ୍ଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା। ଅପରପକ୍ଷରେ କିମଙ୍କ ସ୍ବତନ୍ତ୍ର ଟ୍ରେନ୍ ପରି ମନେ ହେଉଥିବା ଏକ ଟ୍ରେନ୍ ଚଳିତ ସପ୍ତାହରେ ଏକ ରିସର୍ଟ ସହରରେ ଦେଖିବାକୁ ମିଳିଛି। ସାଟେଲାଇଟ୍ ଫଟୋକୁ ଅନୁଶୀଳନ କରି’୩୮ ନର୍ଥ’ ପ୍ରୋଜେକ୍ଟ୍ ଶନିବାର ଦିନ ରିପୋର୍ଟ କରିଛି ଯେ ଏପ୍ରିଲ୍ ୨୧ ଏବଂ ୨୩ ତାରିଖରେ ୱନ୍ସାନ୍ର ‘ଲିଡର୍ସିପ୍ ଷ୍ଟେସନ୍’ରେ ଟ୍ରେନ୍ଟି ରଖାଯାଇଥିଲା। ଏହା କିମ୍ ଜୋଙ୍ଗ୍ଙ୍କ ଟ୍ରେନ୍ ହୋଇଥିବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ, କିମ୍ ୱନ୍ସାନ୍ରେ ଅଛନ୍ତି କି, ନାହିଁ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here