Spread the love

ନୂଆଦିଲ୍ଲୀ ଗତ କିଛି ଦିନ ହେଲା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉଭାନ ହେବାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିିଛି । ମାତ୍ର ସମସ୍ତ ଆଶାଆଶଙ୍କାର ଅବସାନ ଘଟାଇ ସେ ଗତ ସପ୍ତାହରେ ପ୍ୟେଙ୍ଗୟାଙ୍ଗର ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏଥିରେ ସାମିଲ ହୋଇଥିବା ବ୍ୟକ୍ତି ଜଣଙ୍କ କିମ ଜୋଙ୍ଗ ନୁହନ୍ତି ବୋଲି କୁହାଯାଉଛି ଏବଂ ଏହା ସହିତ କିମଙ୍କ ସହ ତାଙ୍କ ଡୁପ୍ଲିକେଟର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଖବର ଅନୁଯାୟୀ ଏହି ଫଟୋଟି ୨୦୧୭ ଜୁଲାଇ ୧୮ ତାରିଖର । ଏକ ମିସାଇଲ ଲଞ୍ଚ ସମୟରେ କିମ ଏବଂ ତାଙ୍କର ୨ ଜଣ ଡୁପ୍ଲିକେଟ ଏକ ସଙ୍ଗେ ନଜର ଆସିଥିଲେ । ଏମାନଙ୍କର ହେୟାର ଷ୍ଟାଇଲ,ପୋଷାକ ପିନ୍ଧିବା ଶୈଳୀ ଏବଂ ଯୋତା ମଧ୍ୟ ସମାନ ରହିଛି । କିନ୍ତୁ ସେମାନଙ୍କର ଶରୀର ଗଠନରେ କିିଛିଟା ଭିନ୍ନତା ରହିଛି । ନିଜକୁ ବିପଦରୁ ରକ୍ଷା କରିବା ଲାଗି କମି ସବୁବେଳେ ଡୁପ୍ଲିକେଟଙ୍କୁ ସାଙ୍ଗରେ ନେଇ ଯାଆନ୍ତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here