Spread the love

ଶ୍ରୀନଗର: କରୋନା ଲକଡାଉନ ସାରା ଦେଶକୁ ଅଚଳ କରିଥିଲା ବେଳେ ସୋମବାର ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲାର ତଳମୁଣ୍ଡା ଅଞ୍ଚଳରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। କାଜିଗୁଣ୍ଡା ଅଞ୍ଚଳର ତଳମୁଣ୍ଡା ଅଞ୍ଚଳରେ ଗୋଟାଏ ପାଟ୍ରୋଲ୍ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା । ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ ଏବଂ ଜମ୍ମୁ ଓ କଶ୍ମୀର ପୁଲିସ୍ ସହ ଆତଙ୍କବାଦୀମାନଙ୍କର ଗୁଳି ବିନିମୟ ହୋଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଜମ୍ମୁ ଓ କଶ୍ମୀରରେ ଦ୍ବିତୀୟ ଏନ୍କାଉଣ୍ଟର୍ । ଦଳେ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି ବୋଲି ସୂଚନା ପାଇବା ପରେ ପାଟ୍ରୋଲ୍ ପାର୍ଟି ସେ ଗାଁକୁ ଯାଇଥିଲେ।

LEAVE A REPLY

Please enter your comment!
Please enter your name here