Spread the love

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୁଳଭୂଷଣ ଯାଦବ ମାମଲାର ଶୁଣାଣି
ଇସଲାମାବାଦ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠରେ ଆରମ୍ଭ ହେବ । ପାକିସ୍ଥାନ ଗଣମାଧ୍ୟମ ରିପୋର୍ଟ ମୁତାବକ, ପୂର୍ବରୁ ପାକିସ୍ଥାନ ସରକାର କୁଳଭୂଷଣ ଯାଦବ ମାମଲାରେ ତାଙ୍କ ପକ୍ଷରୁ ଆଇନଗତ ସହାୟତା ପ୍ରଦାନ ଲାଗି ଅନୁମତି ଦେବାପାଇଁ ପାକିସ୍ଥାନ ସରକାର ଜୁଲାଇ ୨୨ ରେ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ଏହି ସମ୍ପର୍କରେ ମୁଖ୍ୟପକ୍ଷ ଭାବେ ଜଣାଥିବା ଭାରତ ସରକାରଙ୍କୁ ପାକିସ୍ଥାନ ପକ୍ଷରୁ କିଛି ଅବଗତ କରାଯାଇନଥିଲା । ଆନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ ସମୀକ୍ଷା ଏବଂ ପୁନର୍ବିଚାର ଅଧିନିୟମ ୨୦୨୦ ଅନୁଯାୟୀ, ପାକିସ୍ଥାନ ସରକାର ନିକଟରେ ଏକ ଅଧ୍ୟାଦେଶ ଜରିଆରେ ନିଜ ଦେଶର ଆଇନଗତ ପରିବର୍ତ୍ତନ କରିଛନ୍ତି । ତଥାନୁଯାୟୀ, ପାକିସ୍ଥାନର ମିଲିଟାରୀ କୋର୍ଟ ଦେଇଥିବା ନିର୍ଦ୍ଦେଶ କୁ ହାଇକୋର୍ଟରେ ଚାଲେଞ୍ଜ କରାଯିବା ପାଇଁ ଅଧ୍ୟଦେଶରେ ଦର୍ଶା ଯାଇଛି । ସୂଚନାଯୋଗ୍ୟ ଯେ , ଏହି ଅଧ୍ୟାଦେଶକୁ ପାକିସ୍ଥାନ ପାର୍ଲିଆମେଣ୍ଟ ସ୍ଵୀକୃତି ପ୍ରଦାନ କରିଛି । ପ୍ରକାଶଥାଉକି , ୫୦ବର୍ଷୀୟ ଶ୍ରୀ ଯାଦବ ଭାରତୀୟ ନୌସେନାର ଜଣେ ବରିଷ୍ଠ ଅଫିସର ଭାବେ କାର୍ଯ୍ୟକାରୀ ଅବସର ନେଇଥିଲେ । ପାକିସ୍ଥାନ ତାଙ୍କୁ ଭାରତ ବାହାରୁ ଗିରଫ କରିବା ସହ ସେଠାକାର ମିଲିଟାରୀ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଘଟଣାକୁ ନେଇ ଭାରତ ପକ୍ଷରୁ ‘ ଆଇସିଜେ ‘ରେ ଆବେଦନ କରାଯାଇଥିଲା । ଶ୍ରୀ ଯାଦବଙ୍କୁ ତୁରନ୍ତ ଆଇନ ଗତ ସୁରକ୍ଷା ଯୋଗାଇଦେବା ପାଇଁ ଭାରତ ପକ୍ଷରୁ କରାଯାଇଥିବା ଆବେଦନକୁ ‘ ଆଇସିଜେ ‘ରେ ଅନୁମତି ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here