Spread the love

ଡେରାଡୁନ୍: ବୁଧବାର ସକାଳ ୬: ୧୦ ମିନିଟ୍ରେ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ବାର ଖୋଲିଛି। ପ୍ରଥମ ପୂଜା ‘ରୁଦ୍ରାଭିଷେକ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ କରାଯାଇଛି ବୋଲି ମନ୍ଦିର କମିଟିର କର୍ମକର୍ତ୍ତା କହିଛନ୍ତି। କରୋନା ଭାଇରସ୍ ସଂକ୍ରମଣ ଲକ୍ଡାଉନ୍ ଯୋଗୁ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉ ନାହିଁ। ମନ୍ଦିରର ମୁଖ୍ୟ ପୂଜକ ଭୀମଶଙ୍କର ସଙ୍ଗରୋଧରେ ଥିବାରୁ ତାଙ୍କ ସ୍ଥାନରେ ଶିବଶଙ୍କର ପୂଜାର୍ଚ୍ଚନା କରୁଛନ୍ତି। ୧୬ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ୧୦ କ୍ବିଣ୍ଟାଲ୍ ଫୁଲରେ ସଜ୍ଜିତ କେଦାରନାଥ ମୁଖ୍ୟ ମନ୍ଦିରର କବାଟ ଫିଟା ହୋଇଥିଲା।

LEAVE A REPLY

Please enter your comment!
Please enter your name here