Spread the love

ଭୁୂବନେଶ୍ୱର
କେନ୍ଦ୍ରାପଡା ଜିଲ୍ଲାରେ ଗୁରୁବାର ଆଉ ୧୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ମାନେ ସୁରତରୁ ଫରେି ମହାକାଳପଡା,କେନ୍ଦ୍ରାପଡା ଏବଂ କନିକା ବ୍ଳକରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ସେମାନେ କୌଣସି ସାଧାରଣ ନାଗରିକଙ୍କ ସଂସ୍ପର୍ଶରେ ଆସିନାହାନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ପଠାଇ ଦିଆଯାଇଛି । କେଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ଏବଂ ଏଥିପାଇଁ ଆତଙ୍କିତ ନହେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ନୂତନ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୨ରେ ପହଞ୍ଚିଯାଇଛି ।

LEAVE A REPLY

Please enter your comment!
Please enter your name here