Spread the love

କେନ୍ଦ୍ରାପଡ଼ା: କେନ୍ଦ୍ରପଡ଼ାରେ ଆଜି ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଅଙ୍ଗନବାଡ଼ି, ଆଶାକର୍ମୀ ଓ ସଫେଇ କର୍ମଚାରୀ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ଉକ୍ତ ୬ ଜଣ ପେଣ୍ଠପାଳ, ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ଟିଏମସିରେ କାର୍ଯ୍ୟ କରୁଥିଲେ । ଏମାନେ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ୩ ଟିଏମସିକୁ ୪୮ ଘଣ୍ଟା ପାଇଁ ଅବରୋଧ ଅଞ୍ଚଳ ରୁପେ ଘୋଷଣା କରାଯାଇଛି । ବାକି ୧୨ ଜଣ ପଶ୍ଚିମବଙ୍ଗ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here