Spread the love

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଖରିଫ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କ୍ୱିଣ୍ଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଚଳିତ ଖରିଫ ଋତୁରେ ଚାଷୀ କ୍ୱିଣ୍ଟାଲ ପ୍ରତି ୧୮୬୮ ଟଙ୍କାରେ ବିକ୍ରୀ କରିପାରିବେ । ଏହା ସହ ଜୁଆର ଓ ବାଜରା ସମେତ ୧୪ଟି ଖରିଫ ଫସଲର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଜୁଆର ଏବେ କ୍ୱିଣ୍ଟାଲ ପ୍ରତି ୨୬୨୦ ଓ ବାଜରା ୨୧୫୦ ଟଙ୍କାରେ ବିକ୍ରୀ ହୋଇପାରିବ । ୧୪ ଖରିଫ ଫସଲ ସହାୟକ ମୂଲ୍ୟ ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here