Spread the love

ଭୁବନେଶ୍ୱର: କେରଳରେ ଫସିଥିବା ୧୨୦୦ ଓଡ଼ିଆ ଶ୍ରମିକଙ୍କୁ ନେଇ ଆଲୁଭାରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଜ୍ଝ ରେଳବାଇର ସମସ୍ତ ଜୋନକୁ ଏଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଆଲୁଭାରୁ ଭୁବନେଶ୍ୱର ବ୍ୟତୀତ ଲିଙ୍ଗାମପାଲିରୁ ହଟିଆ, ନାଶିକରୁ ଲକ୍ଷ୍ନୌ, ନାଶିକରୁ ଭୋପାଲ, ଜୟପୁରରୁ ପାଟନା, କୋଟାରୁ ହଟିଆକୁ ଏହି ସ୍ୱତନ୍ତ୍ର ଟ୍ରେନ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି ଜ୍ଝ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟାନ୍ୟ ମନ୍ତ୍ରାଳୟ ସହ ଆଲୋଚନା କରିଥିଲେ। ଫସି ରହିଥିବା ଲୋକଙ୍କୁ ଘରକୁ ନେଇଯିବା ସମସ୍ୟାର ସମାଧାନ ଖୋଜିବା ପାଇଁ ଏକ ଆଲୋଚନା ହୋଇଥିଲା, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି ଜ୍ଝ ମେ ୧ରେ ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ଏବେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଘରକୁ ପଠାଯିବ। ଏଥିପାଇଁ ରେଳ ମନ୍ତ୍ରାଳୟ ସମ୍ପୃକ୍ତ ରାଜ୍ୟ ସହ ଯୋଗାଯୋଗ କରିବା ସହ ରେଳ ମନ୍ତ୍ରାଳୟ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବ। ଲୋକଙ୍କ ଗତିବିଧି ସମ୍ପର୍କରେ ଏହି ନୋଡାଲ ଅଧିକାରୀମାନେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବେ। ରେଳ ମନ୍ତ୍ରାଳୟ ଟିକେଟ୍ ବିକ୍ରୟ ତଥା ଟ୍ରେନ୍, ପ୍ଲାଟଫର୍ମ ଏବଂ ଷ୍ଟେସନର ସାମାଜିକ ଦୂରତା ସହିତ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବ ।

LEAVE A REPLY

Please enter your comment!
Please enter your name here