Spread the love

ଭୁବନେଶ୍ୱର: କୃଷି ଭିତ୍ତିକ ଦେଶ ଭାରତ ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ହେଉଛି ଜୀବନ ରେଖା ସଦୃଶ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଠିକ ସମୟରେ ଅର୍ଥାତ ଜୁନ ୧ରେ କେରଳ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଜୁନ ୧ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କେରଳ ପହଞ୍ଚିବା ସମୟ । ମାତ୍ର ଚଳିତ ବର୍ଷ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପାଇଁ ଏହା ଏକ ସପ୍ତାହ ପର୍ଯ୍ୟନ୍ତ ବିଳମ୍ବିତ ହୋଇପାରେ ବୋଲି କୁହାଯାଉଥିଲା । ମାତ୍ର ସମସ୍ତ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର କେରଳ ପହଞ୍ଚିଛି । କେରଳ ପହଞ୍ଚିବାର ସାଧାରଣତଃ ଏକ ସପ୍ତାହରୁ ୧୦ ଦିନ ମଧ୍ୟରେ ପହଞ୍ଚିଥାଏ । ଏବେ ସମସ୍ତ କ୍ଷେତ୍ର ଅନୁକୂଳ ଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଠିକ ସମୟରେ ରାଜ୍ୟରେ ପହଞ୍ଚିବ ବୋଲି କୁହାଯାଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳ ଉପକୂଳ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗର ଉପ ମହାନିଦେ୍ର୍ଦଶକ ଆନନ୍ଦ କୁମାର ଶର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here