Spread the love

ରାଉରକେଲା: ରାଜସ୍ଥାନର କୋଟାରେ ଲକଡାଉନ ଯୋଗୁ ଅଟକି ରହିଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେନ୍ଦୁଝର, ରାଉରକେଲା ଓ ଦେବଗଡ଼ର ଛାତ୍ରଛାତ୍ରୀ ବସ୍ ଯୋଗେ ରାଜ୍ୟକୁ ଫେରୁଥିବା ଜଣାପଡ଼ିଛି । ଏଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ନିଜ ଖର୍ଚ୍ଚରେ ଫେରନ୍ତା ଯାତ୍ରା କରୁଥବବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟା ପ୍ରଶାସନ ଏବଂ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରାଯାଇ ସେମାନଙ୍କୁ ଫେରାଇ ଆଣିବାପାଇଁ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରାଯାଇଛି । ଦେବଗଡ଼ ଜିଲ୍ଲାର ୮ଜଣ ଛାତ୍ରଛାତ୍ରୀ ଗୋଟିଏ ବସରେ କେନ୍ଦୁଝର ଛାତ୍ରଛାତ୍ରୀମାନଙ୍କ ସହିତ ଫେରିବେ । ସେଠାରୁ ଫେରିଲା ପରେ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାରବର୍ଗ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାଯାଇଛି। ଗୁରୁବାର ସକାଳେ ରାଜସ୍ଥାନର କୋଟା ଓ ମହାବୀର ନଗରରେ ଫସିଥିବା ରାଉରକେଲାର ୧୧୬ ଜଣ ଛାତ୍ରଛାତ୍ରୀ କୋଟାରୁ ବାହାରିଛନ୍ତି ।

LEAVE A REPLY

Please enter your comment!
Please enter your name here