Spread the love

ନୂଆଦିଲ୍ଲୀ: କୋଭିଡ୍-୧୯ର ମୁଳପୋଛ ପାଇଁ ଭାରତକୁ ସହଯୋଗ କରିବା ନିମନ୍ତେ ‘ପାର୍ଟନର୍ସିପ୍ସ୍ ଫର୍ ଆଫୋର୍ଡ଼େବଲ ହେଲ୍ଥ୍କେୟାର୍ ଆକ୍ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଆମେରିକା ଘୋଷଣା କରିଛି। କୋଭିଡ୍-୧୯ ମୁକାବିଲାରେ ଭାରତକୁ ଏ ପର୍ୟ୍ୟନ୍ତ ‘ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ୍ ଡେଭେଲପ୍ମେଣ୍ଟ୍’ (ୟୁଏସ୍ଏଡ୍) ୫. ୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ ମିଲିୟନ୍ ଡଲାର୍ ପ୍ରଦାନ କରିବ ବୋଲି ଏପ୍ରିଲ୍ ୧୬ ତାରିଖରେ ଆମେରିକା କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟର୍ କହିଛନ୍ତି, କୋଭିଡ୍ -୧୯ ବିପକ୍ଷରେ ସଂଗ୍ରାମ କରିବାକୁ ଭାରତ ଚଳାଇଥିବା ଉଦ୍ୟମରେ ଏହି ଅତିରିକ୍ତ ଆର୍ଥିକ ସହାୟତା ହେଉଛି ଦୁଇ ଦେଶ ମଧ୍ୟରେ ଦୃଢ଼ ଓ ଦୀର୍ଘସ୍ଥାୟୀ ସହଭାଗିତାର ଆଉ ଏକ ଉଦାହରଣ ।

LEAVE A REPLY

Please enter your comment!
Please enter your name here