Spread the love

ଲଣ୍ଡନ: କୋଭିଡ଼-୧୯ ବା କରୋନା ଭୂତାଣୁ ମାନବ ଶରୀରର ଅନ୍ତଃନଳୀର ଭିତର ପାଶ୍ୱର୍ରେ ଥିବା ଜୀବକୋଷକୁ ସଂକ୍ରମିତ କରି ବଂଶ ବିସ୍ତାର କରିପାରୁଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।
‘ଜର୍ଣ୍ଣାଲ୍ ଅଫ୍ ସାଇନ୍‌ସ୍’ରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ କରୋନାଭାଇରସ୍ ସଂକ୍ରମଣ ପାଇଁ ଅନ୍ତଃନଳୀ ହେଉଛି ‘ଟାର୍ଗେଟ୍ ଅର୍ଗାନ୍’ ବା ଆକ୍ରମଣ କରିବାକୁ ଥିବା ଅଙ୍ଗ। ‘ଏସିଇ-ଟୁ’ ନାମକ ପାଚକରସ ଶୋଷଣ କରି ଏହି ଭୂତାଣୁ ଫୁସ୍‌ଫୁସ୍‌ରେ ଥିବା ଇପିଥିଲିଆଲ୍ କୋଷ ମଧ୍ୟକୁ ପ୍ରବେଶ କରେ। ସେଠାରେ ସେ ବଂଶ ବିସ୍ତାର କରି ଅନ୍ୟ ଆଡ଼କୁ ବ୍ୟାପୀଯାଏ।
କରୋନାଭାଇରସ୍‌ ଦ୍ବାରା ଅତି ମାତ୍ରାରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ କାଶ, ସ୍ବାଶକ୍ରିୟା କଷ୍ଟ ଓ ନିମୁନିଆ ଆଦି ଲକ୍ଷଣ ଦେଖାଯାଇଥାଏ ବୋଲି ସେ ଗବେଷକମାନେ କହିଛନ୍ତି। ଏହାଛଡ଼ା ଖାଦ୍ୟ ନଳୀରେ ଥିବା ଜୀବକୋଷକୁ ମଧ୍ୟ ଏହି ଭାଇରସ୍ ଆକ୍ରାନ୍ତ କରିପାରେ। ତେଣୁ, କେତେକ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଏଥିଯୋଗୁଁ ଡାଇରିଆ ଭଳି ଲକ୍ଷଣ ପ୍ରକାଶ ପାଇଥିଲା। ଗବେଷକମାନେ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପି ବ୍ୟବହାର କରି ଏହି ସଂକ୍ରମଣ ହୋଇଥିବା ଦେଖିଛନ୍ତି।

LEAVE A REPLY

Please enter your comment!
Please enter your name here