Spread the love

ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ୨୨ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବକୁ ମୋହର ମରାଯାଇଛି । କରୋନାରେ ପ୍ରଭାବିତ ରାଜ୍ୟ ଅର୍ଥନୀତିକୁ ସୁଧାରିବା ଲାଗି ଏଥିରେ ପଦକ୍ଷେପ ନିଆଯାଇଛି । ଏହି ବୈଠକରେ ଅଣ୍ଡର ଗ୍ରାଜୁଏନ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା, ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ମାଗଣାରେ ପିଲାଙ୍କୁ ଜୋତା ଏବଂ ସ୍ୱେଟର ଯୋଗାଇ ଦିଆଯିବ, ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକର,ଇଡକୋ ପ ର୍ଯ୍ୟଟନ ଶିଳ୍ପ ତଥା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ଜମି ଯୋଗାଇବ,ଆସ୍କା ସୁଗାର ସୋସାଇଟ କୋଅପରେଟିଭକୁ ୧୫ କୋଟି ଟଙ୍କା ଅନୁଦାନ, କୃଷକଙ୍କ ଲାଗି ଇ-ମାର୍କେଟ ବ୍ୟବସ୍ଥା, ଚାଷୀଙ୍କୁ ବୀମା,ଢେଙ୍କାନାଳରେ ମେଡିକାଲ ପାର୍କ ପ୍ରତିଷ୍ଠା,ରାଜ୍ୟରେ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା,ଧାମରାରେ ଟେକ୍ସାଟାଇଲ ପାର୍କ ପ୍ରତିଷ୍ଠା,ଓରେଡା ଶକ୍ତି ବିଭାଗ ଅଧିନକୁ ଆସି ଏବଂ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି ଆଦି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛିି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହିତ କରୋନା ପ୍ରସ୍ତାବକୁ ମଧ୍ୟ ଅନୁମତି ମିଳିଛି ।

LEAVE A REPLY

Please enter your comment!
Please enter your name here