Spread the love

ଭୁବନେଶ୍ୱର:ଗଞ୍ଜାମର ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ସୁରତରୁ ଫେରିଥିବା ପ୍ରଫୁଲ କୁମାର ବେହେରା(୪୦) ମୃତ୍ୟୁବରଣ କରିଛନ୍ତି । ସେ ଉକ୍ତ ବ୍ଲକ ଅଧିନସ୍ଥ ମଧୁପଲ୍ଲୀ ଗ୍ରାମର ବାସିନ୍ଦା । ସୂଚନା ଅନୁଯାୟୀ ପ୍ରଫୁଲ ମେ ୬ ତାରିଖରେ ବସରେ ସୁରତରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ତେବେ ସେ ସୁରତରୁ ଫେରିବା ଦିନ ଠାରୁ ଅସୁସ୍ଥ ଥିଲେ ମଧ୍ୟ ତାଙ୍କୁ କୌଣସି ଚିକିତ୍ସା ସୁବିଧା ଦିଆଯାଇନଥିବା ଅଭିଯୋଗ ହୋଇଛି । ମାତ୍ର ଗୁରୁବାର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ସୂଚନା ପାଇବା ପରେ ପୋଲିସ ଏବଂ ତହସିଲଦାର କ୍ୱାରେଣ୍ଟାଇନ କେନ୍ଦ୍ରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ଏବଂ ମୃତଦେହଙ୍କୁ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି ।ଏ ପର୍ଯ୍ୟନ୍ତ ପ୍ରଫୁଲଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here