Spread the love

ଭଦ୍ରକ
ଭଦ୍ରକ ଭଣ୍ଡାରୀପୋଖରୀର ବୟାବନାପୁର ନୋଡାଲ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସୋମବାର ରାତିରେ ଜଣେ ପ୍ରବାସୀ ଓଡିଆ ମୃତ୍ୟୁବରଣ କରଛନ୍ତି । ସେ ରବିବାର ରାତିରେ କୋଲକାତାରୁ ଫେରି ସେଠାରେ ରହିଥିଲେ । ସୂଚନା ଅନୁଯାୟୀ ସେ ସୋମବାର ରାତିରେ ଜଳଖିଆ ଖାଇ ଶୋଇଥିଲେ ଏବଂ ମଧ୍ୟାହ୍ନରେ ନଉଠିବାରୁ ତାଙ୍କୁ ପ୍ରଥମେ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍‌୍ୟ କେନ୍ଦ୍ର ଏବଂ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ ନା ନାହଁ ତାହା ସ୍ୱାବ ରିପୋର୍ଟ ଆସିଲ ପରେ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here