Spread the love

ଦାରିଙ୍ଗବାଡି: ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ହୋଇଥିବା ସଙ୍ଗରୋଧ କେନ୍ଦ୍ର ବା କ୍ୱାରେନଣ୍ଟାଇନ ସେଣ୍ଟରରେ ମଧ୍ୟ ମହିଳା ସୁରକ୍ଷିତ ନୁହଁନ୍ତି । କ୍ୱାରେଣ୍ଟାଇନସେଣ୍ଟରରେ ଜଣେ ଯୁବତା ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଏପରି ଏକ ଘଟଣା ଘଟିଛି ଦାରିଙ୍ଗବାଡିର ଡକ୍ଟର ବିଆର ଆମ୍ବେଦକର ଛାତ୍ରୀନିବାସ କ୍ୱାରେଣ୍ଟାଇନ ସେଣ୍ଟରରେ । ସେଠାରେ ରାତିରେ ଦୁଇ ଜଣ ଯୁବତୀ ଶୈାଚାଳୟ ଯାଇଥିବାବେଳେ ପୂର୍ବରୁ ଛପି ରହଥିବା ଜଣେ ପ୍ରବାସୀ ଶ୍ରମିକ ତାଙ୍କୁ ଅସଦାଚରଣ କରିଥିଲା । ପରେ ଯୁବତୀ ପାଟି କରିବାରୁ ଯୁବକ ଘଟଣାସ୍ଥଳରୁ ପଳାଇ ଥିଲା । ଏହି ଘଟଣାକୁ ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ମାମଲା ରୁଜୁ କରିି ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here