Spread the love

ଭୁବନେଶ୍ୱର
ବଲାଙ୍ଗୀରର ପାଟଣାଗଡ ଅନ୍ତର୍ଗତ ଖୁଣ୍ଟସମଲାଇ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଟିକେମଣି ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଛତିଶଗଡରେ ନିଜ ପୁଅ ପାଖରେ ରହୁଥିବା ଟିକେମଣି ଗତ ୧୭ ତାରିଖରେ ନିଜ ଗ୍ରାମକୁ ଫେରିଥିଲେ । ପରେ ଅସୁସ୍ଥ ଥିବାରୁ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । କିନ୍ତୁ ୨୦ ତାରିଖରେ ସ୍ୱାସ୍ଥ୍‌୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଏବଂ ପରେ ଶୁକ୍ରବାର ରାତିରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ସେପ୍ଟିସେମିଆ ରୋଗରେ ପୀଡିତ ଥିଲେ ବୋଲି ଡାକ୍ତର କହିଛନ୍ତି । ତେବେ ଚିକିତ୍ସା ଅବହେଳାରୁ ଟିକେମଣିଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଜି ସକାଳେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝ।।ସୁଝା କରିବାରୁ ଘଟଣା ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here