Spread the love

ଭୁବନେଶ୍ୱର
ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଁଳା ପଞ୍ଚାୟତର ଡମ୍ବୂରଡହ କ୍ୱାରେଣ୍ଟାଇନ ସେଣ୍ଟର ନିକଟରୁ ରାଇକମା ଗ୍ରାମର  ଜଣେ ପ୍ରବାସୀ ଶ୍ରମିକ ସୁରେନ୍ଦ୍ର ବେହେରାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ କିଛି ଦିନ ତଳେ ସୁରନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଆନ୍ଧ୍ରପ୍ରଦେଶରୁ ଫେରି ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ତେବେ ଶୁକ୍ରବାର ସକାଳେ ଏହି କେନ୍ଦ୍ର ନିକଟରେ ଥିବା ମହୁଲ ଗଛରେ ସୁରେନ୍ଦ୍ରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସ ଏହି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here